ଆଜି ଘୋଷଯାତ୍ରା।। ରାଉରକେଲା ରେ ମାଉସୀ ମା ମନ୍ଦିର ଯିବାକୁ ୫୫ ରଥ ପ୍ରସ୍ତୁତ।। ୧୩ ପ୍ଲାଟୁନ ପୋଲିସ ମୁତୟନ।

0 386

ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ମହାମାରୀ କରୋନା କଟକଣା ଯୋଗୁ ବନ୍ଦ ରହିଥିଲା ରଥଯାତ୍ରା। ନିରାଶ ହୋଇଇଥିଲେ ଶ୍ରଦ୍ଧାଳୁ। ଉତ୍କଣ୍ଠା ସହ ରଥଯାତ୍ରାଙ୍କୁ ଚାହିଁ ବସିଥିବା ସହରବାସୀଙ୍କ ମୁହଁରେ ଖୁସି ଫେରିଛି। ଦୁଇ ବର୍ଷ ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମାଉସୀ ମା’ ମନ୍ଦିର ବାହାରିବେ ତିନି ଠାକୁର। ହୁଳହୁଳି, ହରିବୋଲ, ସଂକୀର୍ତ୍ତନରେ ପ୍ରକମ୍ପିତ ହେବ ସ୍ମାର୍ଟସିଟି। ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଚାଲିଥିବା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଥର ସହର ଓ ଏହା ଆଖପାଖରେ ଗଡିବାକୁ ଯାଉଛି ମୋଟ ୫୫ ରଥ। ସହରର ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର, କୋଏଲନଗର ‘ ଏ ’ ବ୍ଲକ, ସେକ୍ଟର-୨୧ ନୟାବଜାର, ଝିରପାଣି, ସେକ୍ଟର-୬, ‌ସେକ୍ଟର-୬ ତୁମକେଲା, ଉଦିତନଗର ପଞ୍ଚଦେବ ମନ୍ଦିର, ବାସନ୍ତୀକଲୋନି, ଛେଣ୍ଡ କଲୋନି ଦେବବିହାର, ଛେଣ୍ଡ କଲୋନି ଏଲ୍‌ସିଆର୍‌ ବ୍ଲକ, ପ୍ଲାଣ୍ଟସାଇଟ୍‌, ହନୁମାନବାଟିକା, ପାନପୋଷ, ବେଦବ୍ୟାସ, ବନ୍ଧମୁଣ୍ଡା,ଫଟିଲାଇଜର ଆଦି ପ୍ରମୁଖ ସ୍ଥାନରେ ରଥଯାତ୍ରାକୁ ମହାଆଡମ୍ବର ସହକାରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେମିତି ମାଉସୀ ମା’ ମନ୍ଦିର (ଗୁଣ୍ଡିଚା ମନ୍ଦିର)ଗୁଡ଼ିକ ମଧ୍ୟରେ ବ୍ୟାପକ ଆୟୋଜନ କରାଯାଇଛି। ପ୍ରଥମେ ଚର୍କରାଜ ଶ୍ରୀ ସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯିବ। ମାଁ ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ବିଜେ କରାଯିବ। ବଳଭଦ୍ରଙ୍କୁ ‘ତାଳଧ୍ବଜ‘, ମା’ ସୁଭଦ୍ରାଙ୍କୁ ‘ଦର୍ପଦଳନ’ ଓ ଶେଷରେ କାଳିଆ ଠାକୁରଙ୍କୁ ‘ନନ୍ଦି ଘୋଷ’ ରଥରେ ବିଜେ କରାଯିବ। ସେକ୍ଟର-୩ ଜଗନ୍ନାଥ ମନ୍ଦିର ତିନି ଠାକୁର ରିଂ ରୋଡ ରାଉରକେଲା କ୍ଲବ ଦେଇ ସେକ୍ଟର-୫ ମାଉସୀ ମା’ ମନ୍ଦିରରେ ପହଞ୍ଚିବ। ଉଦିତନଗର ପଞ୍ଚଦେବ ଦେବ ମନ୍ଦିର ରଥ ସହରର ମୁଖ୍ୟମାର୍ଗ ଦେଇ କଳିଙ୍କ ବିହାର ଉମାଶଙ୍କର ପୀଠସ୍ଥ ମାଉସୀ ମା’ ମନ୍ଦିରକୁ ଯିବ। ଛେଣ୍ଡ ଏଲ୍‌ସିଆର୍‌ ବ୍ଲକ ରଥ ସହରର ମୁଖ୍ୟ ମାର୍ଗ ଦେଇ ଭିଏସ୍‌ଏସ୍‌ ମାର୍କେଟ ସମ୍ମୁଖ ମାଉସୀ ମା’ ମନ୍ଦିରରେ ପହଞ୍ଚିବ। ବାସନ୍ତୀକଲୋନୀ ରଥ ମାଲଗୋଦାମ ମାଉସୀ ମା’ ମନ୍ଦିର, ଉଦିତନଗର ରଥ ଷ୍ଟେସନ ନିକଟସ୍ଥ ସଙ୍କଟମୋଚନ ମାଉସୀ ମା’ ମନ୍ଦିର, ହନୁମାନବାଟିକା ରଥ ପ୍ଲାଣ୍ଟସାଇଟ୍‌ ମାଉସୀ ମା’ ମନ୍ଦିରକୁ ଯିବ। ଏଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ମୋଟ ୧୩ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୮୦ ପୁଲିସ ଅଧିକାରୀ, ୨୬୮ରୁ ଅଧିକ ଗୃହରକ୍ଷୀ ବାହିନୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ଡିଭିଏଫ୍‌, ଅତିରିକ୍ତ ଏସ୍‌ପି, ଡିଏସ୍‌ପି ମାନଙ୍କୁ ମଧ୍ୟ ସୁରକ୍ଷା ତଦାରଖ ଦାୟିତ୍ବ ଦିଆଯାଇଛି। ତେବେ ରଥ ଟଣାରେ କେତେକ ସ୍ଥାନରେ ବାଧକ ସାଜିଛି ବିପର୍ଯ୍ୟସ୍ତ ରାସ୍ତା। ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ବୈଠକ ବସିଥିଲା।

Leave A Reply

Your email address will not be published.