ରାଜ୍ୟ ଖଣି , ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ରାଉରକେଲା ଗସ୍ତ।। ଚାଲୁଥିବା ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା କଲେ।

0 313

ରାଜ୍ୟ ଖଣି , ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କର ରାଉରକେଲା ଗସ୍ତ ସାରି ଫେରି ଯାଇଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭନ୍ନ ପ୍ରକଳ୍ପ ବୁଲି ସମୀକ୍ଷା କରିଥିଲେ। ରାଉରକେଲା ଏବଂ ବିରମିତ୍ରପୁର ରେ ଚାଲୁଥିବା ବହୁମୁଖୀ ଇନଡୋର ଷ୍ଟାଡିଅମର ଅଗ୍ରଗତି ସମ୍ୱନ୍ଧ ରେ ଅବଗତ ହୋଇଥିଲେ। ପରେ ବିଶ୍ରା ଠାରେ ହେଉଥିବା ଓଭରବ୍ରିଜ କାର୍ଯ୍ୟର ମନ୍ତ୍ରୀ ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ବିଜେଡି ନେତା ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇ ଥିଲେ ।

Leave A Reply

Your email address will not be published.