ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଙ୍କୁ ରାଜଗାଙ୍ଗପୁର ରେ ସମ୍ବର୍ଦ୍ଧନା।। ରାଜଗାଙ୍ଗପୁର ବାସୀଙ୍କୁ କୃତଜ୍ଞତା ଜଣାଇଲେ ଦିଲ୍ଲୀପ।

0 470

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ କୁ ଆଜି ରାଜଗାଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ଡାକବଙ୍ଗଳା ରେ ଆୟୋଜିତ ଏକ ସଭା ରେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦିଲ୍ଲୀପ ରାୟ ଙ୍କୁ ସମ୍ବର୍ଦ୍ଧନା ଦେଇ ଥିଲେ। ନିକଟରେ ହୋଇଥିବା ରାଉରକେଲା ଅର୍ବାନ କୋଅପେରେଟିଭ ବ୍ୟାଙ୍କ ନିର୍ବାଚନ ରେ ଦିଲ୍ଲୀପ ଙ୍କ ସମର୍ଥିତ ପ୍ରାର୍ଥୀ ବିପୁଳ ବିଜୟ ଲାଭ କରିଥିଲେ । ତାଙ୍କ ଦ୍ୱାରା ସମର୍ଥିତ ପ୍ରାର୍ଥୀ ୧୫ ଟି ନିର୍ଦେଶକ ପଦରୁ ୧୩ ଟିରେ ବିଜୟ ଲାଭ କରିଥିଲେ । ତିନିଜଣ ପ୍ରାର୍ଥୀଙ୍କ ବିଜୟ ରାଜଗାଙ୍ଗପୁର ବାସୀଙ୍କ ସହଯୋଗ ରେ ହୋଇଥିବା ରୁ ସେ ଆଜି କୃତଜ୍ଞତା ଜ୍ଞାପନ କରିବା ପାଇଁ ରାଜଗାଙ୍ଗପୁର ଆସିଥିବା କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଉପ ନଗରପାଳ ଅଶୋକ ଦାସ, ବିଜୁ ଜନତା ଦଳ ରାଜଗାଙ୍ଗପୁର ଶାଖା ର ପୁର୍ବତନ ମଣ୍ଡଳ ଅଧ୍ୟକ୍ଷ ଅମରେଶ ପଣ୍ଡା ସହ ରାଜଗାଙ୍ଗପୁର ବିଜେଡିର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.