ରାଉରକେଲା ମାଲଗୋଦାମ ଅଞ୍ଚଳରୁ ନିଖୋଜ ହୋଇଥିବା ତିନିଜଣ ନାବାଳକଙ୍କୁ ରାଉରକେଲାପୋଲିସ ଉଦ୍ଧାର କରିଛି। ଗତ ମେ ୩୧ ତାରିଖରେ ଏହି ୩ ଜଣ ନାବାଳକ ନିଖୋଜ ହୋଇଥିବା ମାମଲା ଉଦିତନଗର ଥାନାରେ ହୋଇଥିଲା। ମାତ୍ର ସେମାନେ କିଡନାପ ହୋଇନଥିଲେ। ସେମାନେ ଘରୁ ଚାଲିଯାଇଥିବା ପୋଲିସ କହିଛି। ଘଟଣା ଦିନ କୌଣସି ଏକ ଦୋକାନରୁ ଏହି ନାବାଳକ ମାନେ ମୃଦୁ ପାନୀୟ ପିଇ ଦେଇଥିଲେ। ଦୋକାନୀ ସେମାନଙ୍କ ଅଭିଭାବକଙ୍କୁ ଅଭିଯୋଗ କରିଥଲେ । ଘରୁ ମାଡ଼ ଖାଇବା ଭୟରେ
ନାବାଳକ ମାନେ ଟ୍ରେନ ରେ ପଳାଇଥିଲେ। ସନ୍ଦେହ ହେବାରୁ ସମ୍ବଲପୁର ରେ ଆର ପି ଏଫ ଅଧିକାରୀ ସେମାନଙ୍କୁ ଅଟକ ରଖି ଚାଇଲଡ଼ ହୋମ ହେପାଜତ ରେ ରଖିଥିଲେ । ଖବରପାଇ ଉଦିତନଗର ପୋଲିସ ନାବାଳକ ମାନଙ୍କୁ ଆଜି ଆଣି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।