ରପ୍ତାନୀ ଶୁଳ୍କ ନ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ।। ଖଣି ଅଞ୍ଚଳ ଟ୍ରକ,ଟିପ୍ପର ମାଲିକ ସଂଘର ଡିଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।
ରାଉରକେଲା ଖଣି ଅଞ୍ଚଳ ଟିପ୍ପର ଏବଂ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଗୁରୁବାର ଦିନ ଖଣି ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଡିଜେଲ ଦର ରେ ବୃଦ୍ଧି ଯୋଗୁଁ ପୂର୍ବରୁ ଟ୍ରକ ଏବଂ ଟିପ୍ପର ମାଲିକ ମାନେ ବହୁ ଅସୁବିଧା ଦେଇ ଗତି କରୁଛନ୍ତି। ଏବେ କେନ୍ଦ୍ର ସରକାର ନିମ୍ନ ମାନର ଲୁହାପଥର ଉପରେ ୫୦ ପ୍ରତିଶତ ରପ୍ତାନ୍ତି ଶୁଳ୍କ ବଢ଼ାଇ ଦେଇଥିବାରୁ ଖଣିରୁ ଗାଡି ଲୋଡ ହୋଇ ପାରୁନାହିଁ। ଫଳରେ ଶହଶହ ଗାଡି ବିନା କାମରେ ଛିଡ଼ାହୋଇଛି। ଋଣ ନେଇ ଗାଡି ନେଇଥିବା ମାଲିକ ମାନେ ବ୍ୟାଙ୍କ କିସ୍ତି ଦେଇ ପାରୁ ନାହାନ୍ତି। ଏକ ପ୍ରକାର ବେକାରୀ ସମସ୍ୟା ଦେଇ ଟ୍ରକ ମାଲିକ ମାନେ ଗତିକରୁଛନ୍ତି। କେନ୍ଦ୍ର ସରକାର ଲୁହାପଥର ଉପରେ ରପ୍ତାନୀ ଶୁଳ୍କ ନ ଲଗାଇବାକୁ ଟିପ୍ପର ଏବଂ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି ।