ସୁନ୍ଦରଗଡ ଜିଲ୍ଲା ଟୋପାଡ଼ିହି କରମପଦା ମଧ୍ୟବର୍ତ୍ତୀ ଓଡିଶା ଝାଡ଼ଖଣ୍ଡ ସୀମାରେ ପୂର୍ବତନ ସମିତି ସଭ୍ୟ ବିମଲ ମୁଣ୍ଡାଙ୍କର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମଳ ଙ୍କୁ କଚାଡି ମରିଦେବା ପରେ ଦନ୍ତାଟି ମୃତକଙ୍କ ପାଖରେ ଜଗି ରହିଥିବାରୁ ସେଠାକୁ କେହି ଯିବାକୁ ସକ୍ଷମ ହୋଇ ପାରୁନାହାନ୍ତି l ମିଳିଥିବା ଖବରଅନୁଯାୟୀ ବିମଳ କିରିବୁରୁରୁ କୌଣସି କାମ ସାରି ଅନ୍ୟ ଜଣେ ସାଙ୍ଗଙ୍କ ସହ ରାତିରେ ବାଇକରେ ଘରକୁ ଫେରୁଥିଲେ l କରମ ପଦା ନିକଟରେ ଦନ୍ତା ସହ ମୁଁହାମୁହିଁ ହୋଇଯାଇଥିଲେ l ହାତୀ ବିମଲଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା l ସାଙ୍ଗରେ ଥିବା ଅନ୍ୟ ଯୁବକ ଦୌଡ଼ି ପଳାଇବାରୁ ବଞ୍ଚି ଯାଇଥିଲେ। ଘଟଣା ଝାରଖଣ୍ଡ-ଓଡିଶା ସୀମାରେ ଘଟିଥିବାରୁ ଝାରଖଣ୍ଡ ବନବିଭାଗ ସେଠାରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ କୋଇଡା ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି।