କଳାକାରଙ୍କ ଉନ୍ନତି ଲାଗି ବଣେଇ ରେ ଖୋଲାଯିବ କଳାକାର ପ୍ରଶିକ୍ଷଣ କେନ୍ଦ୍ର।। ଓଡ଼ିଆ ଭାଷା ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିଶୃତି।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ରେ ରାଜା ଧରଣୀଧର ଖେଳ ପଡିଆ ଠାରେ କଳକାର ମାନଙ୍କୁ ନେଇ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
କଦମ୍ବ କେଶରୀ କଳା ପରିଷଦ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବଣାଇ ଠାରେ ଏକ କଳା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ କଳାକାର ମାନେ ଦାବି କରିଥିଲେ। ବଣାଇ ଠାରେ ଖୁବ ଶୀଘ୍ର କଳାକାରଙ୍କ ପ୍ରଶିକ୍ଷଣ ଲାଗି ଏକ କେନ୍ଦ୍ର ଖୋଲାଯିବ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ କହିଛନ୍ତି ।
ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ବିଭିନ୍ନ କଳାତ୍ମକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। କୋଭିଡ କଟକଣା ହଟିଲା ପରେ ଆୟୋଜିତ ଏହି ସମ୍ମିଳନୀରେ ଶହ ଶହ କଳାକାର ଯୋଗ ଦେଇଥିଲେ। ଗୁରୁଣ୍ଡିଆ , ଲହୁଣୀପଡା , କୋଇଡା ଆଦି ଅଞ୍ଚଳରୁ କଳାକାର ମାନେ ଆସି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହା ସହ କଳାକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଓଡ଼ିଆ ଭାଷା ସଂସ୍କୃତିର ନିର୍ଦେଶକ ରଞ୍ଜନ କୁମାର ଦାସ , ବଣେଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଅତିଥିଭାବେ ଯୋଗ ଦେଇଥିଲେ।