ନବ ବିବହିତଙ୍କ ଝୁଲନ୍ତା ଶବ ଉଦ୍ଧାର।। ଆତ୍ମହତ୍ୟା ସନ୍ଦେହ।। ବଣେଇ ଉପଖଣ୍ଡ ମହୁଲପଦା ଥାନା ଅଞ୍ଚଳ ର ଘଟଣା।

0 401

ମାତ୍ର ମାସକ ତଳେ ବିବାହ କରିଥିବା ଜଣେ ନବ ବିବହିତାଙ୍କ ମୃତ୍ୟୁ କୁ ନେଇ ବଣେଇ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଚାଲିଛି। ତେବେ ପ୍ରାଥମିକ ତଦନ୍ତ ରୁ ଏହା ଏକ ଆତ୍ମହତ୍ୟା ଘଟଣା ହୋଇଥିବା ଜଣା ପଡୁଛି। ବରକୋଟ ଥାନା ଅନ୍ତର୍ଗତ ଅସନ ନଳି ଗ୍ରାମର ୨୦ ବର୍ଷୀୟ ବବିତା ଦେହୁରୀ ବଣେଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ସିହିଡ଼ିଆ ଗ୍ରାମର ରାଜ କିଶୋର ସାହୁଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ଗତ କାଲି ବିଳମ୍ବିତ ରାତିରେ ବେକରେ ଲୁଗାଦେଇ ନିଜ ରୁମରେ ବବିତା ଆତ୍ମହତ୍ୟା କରିଥିବା କୁହାଯାଉଛି । ବୁଧବାର ସକାଳେ ବୋହୁ ନଉଠିବାରୁ ତାଙ୍କ ଶାଶୁ ଶଶୁର କବାଟ ବାଡେଇ ଥିଲେ। କୌଣସି ଉତ୍ତର ନପାଇବାରୁ ପଛପଟ ଝରକା ଖୋଲି ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଦେଖିଥିଲେ । ଘରଲୋକ ସଙ୍ଗେ ସଙ୍ଗେ ମହୁଲପଦା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବବିତାଙ୍କ ସ୍ବାମୀ ସୁନ୍ଦରଗଡରେ ଚାକିରୀ କରନ୍ତି। ସେ ପହଁଚିଲା ପରେ କବାଟ ଖୋଲା ଯାଇ ଶବ ଉଦ୍ଧାର କରାଯିବ ବୋଲି ମହୁଳପଦା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.