ରାଉରକେଲା ଯୁବକ ମୁକ୍ତିକାନ୍ତ ଦିଲ୍ଲୀରେ ଗିରଫ।। ଆତ୍ମଦାହ ଉଦ୍ୟମ କରୁଥିବା ବେଳେ ଗିରଫ।

0 717

ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଆତ୍ମଦାହ ଉଦ୍ୟମ କରୁଥିବା ବେଳେ ନୂଆଦିଲ୍ଲୀ ରେ ଗିରଫ ହୋଇଛନ୍ତି। ଅବଶ୍ୟ ଗିରଫ ହେବାପରେ ସର୍ତ୍ତ ମୂଳକ ଜାମିନ ପାଇଛନ୍ତି। ୭ ଦିନ ପର୍ଯ୍ୟନ୍ତ ଥାନାରେ ହାଜିରା ଦେବାକୁ ନିର୍ଦେଶ ଦିଆଯାଇଛି।
ରାଉରକେଲା ରେ ସୁପର ସ୍ପେସିଆଲିଟି ହସପିଟାଲ ର ସୁପରିଚାଳନା ଦାବିରେ ମୁକ୍ତିକାନ୍ତ ଏପ୍ରିଲ ୧ ତାରିଖରେ ଦିଲ୍ଲୀ ପଦଯାତ୍ରା କରିଥିଲେ। ଜୁନ ମାସରେ ସେଠାରେ ପହଁଚି ଏ ବାବଦରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ଦିଲ୍ଲୀ ର ବିଜୟ ଛକ ନିକଟରେ ଆତ୍ମଦାହ କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲେ। ଗତକାଲି ତାଙ୍କୁ ସର୍ତ୍ତ ମୂଳକ ଜାମିନ ରେ ଛଡ଼ାଯାଇଛି। ତେବେ ସୁପର ସ୍ପସିଆଲିଟି ହସପିଟାଲ ଲାଗି ତାଙ୍କର ପ୍ରଧାନମନ୍ତ୍ରୀ ଙ୍କୁ ଦେଖାକରିବା ଉଦ୍ୟମ ଜାରୀ ରହିବ ବୋଲି ମୁକ୍ତିକାନ୍ତ ଏକ ଭିଡିଓ ବାର୍ତ୍ତା ରେ କହିଛନ୍ତି।

Leave A Reply

Your email address will not be published.