ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବସ ଷ୍ଟାଣ୍ଡ କୁ ସୁବ୍ୟବସ୍ଥିତ କରିବାକୁ ଦାବି।। ଦାବି କଲେ ଜିଲ୍ଲା କିନ୍ନର ସଙ୍ଘ।

0 466

ରାଉରକେଲା ରେ ୨୦୨୩ ରେ ହକି ବିଶ୍ୱ କପ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଗମନାଗମନ ତଥା ପରିବହନ ସିଷ୍ଟମ କୁ ସୁବ୍ୟବସ୍ଥିତ କରିବାକୁ ଦାବି ହେଉଛି। ହକି ଖେଳ ଦେଖିବାକୁ ଗାଁ ଗହଳିରୁ ଲୋକମାନଙ୍କ ଆସିବାର ମୁଖ୍ୟ ମାଧ୍ୟମ ହେଉଛି ବସ। ମାତ୍ର ବସ ଷ୍ଟାଣ୍ଡରେ ବହୁ ଅବ୍ୟବସ୍ଥା ରହିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କିନ୍ନର ସଙ୍ଘ। ବସ ଷ୍ଟାଣ୍ଡ ରେ ଚାଲୁଥିବା ଡ୍ରଗ୍ସ କାରବାର ଚାଲୁଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବାକୁ ଦାବି କରାଯାଇଛି। ସଙ୍ଘ ର ସଦସ୍ୟମାନେ ଏ ବାବଦରେ ମଙ୍ଗଳବାର ଦିନ ରାଉରକେଲା ଏସପି ଙ୍କୁ ଭେଟି ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.