ରାଉରକେଲା ଦିପ୍ତୀ ହୋଟେଲରେ ମଙ୍ଗଳବାର ଦିନ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏହି ରକ୍ତ ଦାନ ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ ପାଳନ ଅବସରରେ ଏହି ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ବିଜେଡି କର୍ମକର୍ତ୍ତା ଙ୍କ ସମେତ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେଯୋଗ ଦେଇଥିଲେ।