ରଥଯାତ୍ରାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।। କୋଭିଡ ଲକ୍ଷଣ ଥିଲେ ଘରେ ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବାକୁ ପରାମର୍ଶ।

0 266

ରଥଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। କିଛିଦିନ ହେଲା ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଦୁଇବର୍ଷ ପରେ ରଥଯାତ୍ରାରେ ଶ୍ରଦ୍ଧାଳୁ ମାନେ ପ୍ରତ୍ୟକ୍ଷ ଭାବେ ଭାଗ ନେବାକୁ ଅନୁମତି ଥିବାରୁ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରଥଯାତ୍ରା ସମୟରେ ବିଭିନ୍ନ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଆଉ ୩ ଦିନ ପରେ ରଥଯାତ୍ରା ଥିବା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । କୋଭିଡ ଲକ୍ଷଣ ଥିଲେ ଭିଡ ମଧ୍ୟକୁ ନ ଯିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ତେବେ ଭିଡକୁ ନ ଯାଇ ଘରେ ବସି ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ କହିଛନ୍ତି । ସେହିପରି ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ ଏବଂ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ।

“ଏବେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି । ସେହି ଅନୁସାରେ ଟେଷ୍ଟିଂ ମଧ୍ୟ ବଢ଼ାଯିବ। ପୁରୀରେ ହେଲଥ କ୍ୟାମ୍ପ ହେବ । ପୁରୀ ଷ୍ଟେସନ, ବସଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲଥ କ୍ୟାମ୍ପ ଖୋଲାଯିବ। କୋଭିଡ ଲକ୍ଷଣ ଥିବା ବ୍ୟକ୍ତି ପୁରୀ ନଆସି ଘରେ ଟିଭି ମାଧ୍ୟମରେ ରଥଯାତ୍ରା ଦେଖନ୍ତୁ।” ଏହି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

Leave A Reply

Your email address will not be published.