ଦ୍ରୁତଗତିରେ ଯାଉଥିବା ଏକ କାର ରିଙ୍ଗରୋଡ଼ରେ ଟ୍ରକକୁ ପଛପଟରୁ ପିଟି ଦେବାରୁ କାର ରେ ଥିବା ଦୁଇଜଣ ଆହତ ହୋଇଥିବାର ସୂଚନା ମିଳିଛି। ଦୁର୍ଘଟଣାରେ କାର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଛି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଁଚିବା ପୂର୍ବରୁ କାରରେ ଥିବା ଆରୋହି ଘଟଣା ସ୍ଥଳରୁ ଗାଡି ଛାଡି ଚାଲି ଯାଇଥିଲେ।
ଘଟଣା ଘଟିଛି ରାଉରକେଲା ରିଙ୍ଗ ରୋଡ଼ ହନୁମାନ ବାଟିକା ନିକଟରେ। ଦ୍ରୁତଗତିରେ ଆସୁଥିବା ଏକ କାର ରୋଡ ରେ ଛିଡ଼ା ହୋଇଥିବା ଏକ ଟ୍ରକ କୁ ପଛପଟୁ ପିଟି ଦେଇଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। କାର ର ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇ ପ୍ରଥମେ ରୋଡ଼ ଡିଭାଇଡ଼ର କୁ ପିଟିବା ପରେ ଟ୍ରକ କୁ ପଛପଟୁ ପିଟିଦେଇଥିଲା। ଗାଡିର ସୁରକ୍ଷା ବେଲୁନ ଖୋଲି ଯାଇଥିବାରୁ ଚାଳକ ସମ୍ଭବତଃ ସାମାନ୍ୟ ଆହତ ହୋଇଥିବେ ବୋଲି ଅନୁମାନ କରାଯାଉଛି। ତେବେ ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡ଼ିବ।