ଅଗ୍ନିପଥ ଯୋଜନା ବିରୁଦ୍ଧରେ ରାଉରକେଲାରେ କଂଗ୍ରେସର ସତ୍ୟାଗ୍ରହ।। ନିଷ୍ପତ୍ତି ଫେରସ୍ତ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନାରେ ଭର୍ତ୍ତି ପାଇଁ ଆରମ୍ଭ କରାଯାଇଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରିଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରସ ପକ୍ଷରୁ ସୋମବାର ଦିନ ଏକ ବିରୋଧ ସତ୍ୟାଗ୍ରହ କରାଯାଇଥିଲା। କଂଗ୍ରେସ କର୍ମୀ ମାନେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବା ସହ ଧାରଣା ଦେଇଥିଲେ। କେନ୍ଦ୍ର ସରକାର ଲୋକଙ୍କ ଦାବି ମାନି ଅଗ୍ନିପଥ ଯୋଜନାରେ ସାମିଲ ହେବା ପ୍ରକ୍ରିୟାକୁ ବନ୍ଦ ରଖିବାକୁ ନିବେଦନ କରାଯାଇଥିଲା।