ସଡକ ଦୁର୍ଘଟଣା ରେ ରାଉରକେଲା ର ପୂର୍ବତନ କାଉନସିଲର ରାଜକିଶୋର ଦାସ ଙ୍କ ପରଲୋକ।।

0 1,816

ରାଉରକେଲା ପୌରପାଳିକା ର ପୂର୍ବତନ କାଉନସିଲର ରାଜ୍ କିଶୋର ଦାସ ( କୁନୁ ଦାସ) ରବିବାର ଦିନ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରାଜକିଶୋର ଆଜି ତାଙ୍କର ବନ୍ଧୁ ଧୀରେନ୍ଦ୍ର ଦାସଙ୍କ ସହ ସୁନ୍ଦରଗଡ ଯାଉଥିବା ବେଳେ ୧୦ ନମ୍ବର ରାଜ୍ୟ ରାଜପଥ କରମଡ଼ିହି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଧୀରେନ୍ଦ୍ର କାର ଚଳାଉଥିବା ବେଳେ ରାଜକିଶୋର ପାଖରେ ବସିଥିଲେ। କରମଡ଼ିହି ନିକଟରେ ଏକ ଗାଈ ସହ ଧକ୍କା ହେବା ପରେ ତାଙ୍କ କାରଟି ଓଲଟି ପଡିଥିଲା। ଧିରେନ୍ଦ୍ରଙ୍କ ପୁଅଙ୍କର ଆଜି ସୁନ୍ଦରଗଡରେ ଜେଇଇ ପରକ୍ଷା ଥିଲା। ଦୁର୍ଘଟଣାରେ ଧୀରେନ୍ଦ୍ରଙ୍କ ପୁଅର କୌଣସି କ୍ଷତି ହୋଇନଥିବା ବେଳେ ଧୀରେନ୍ଦ୍ର ଆହତ ହୋଇଥିଲେ। ଉଭୟ ଧୀରେନ୍ଦ୍ର ଏବଂ ରାଜକିଶୋର ଙ୍କୁ ସୁନ୍ଦରଗଡ଼ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ରାଉରକେଲା ଜେପି ହସପିଟାଲ ଅଣାଯାଇଥିଲା। ଡାକ୍ତର ସେଠାରେ ରାଜକିଶୋର ଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଧୀରେନ୍ଦ୍ରଙ୍କ ଜେପି ହସପିଟାଲ ରେ ଚିକିତ୍ସା ଚାଲିଛି। ଏହି ଖବର ପାଇବାପରେ ରାଉରକେଲା ରୁ ରାଜେଶ ମହାପାତ୍ର , ବଳି ଚୌଧୁରୀ , ସଂଗ୍ରାମ କିଶୋର ମହାନ୍ତି , ରଞ୍ଜିତ ନାୟକ , ବିଜୟ ସୋନକର ଙ୍କ ସହ ବହୁ ଲୋକ ହସପିଟାଲ ରେ ପହଞ୍ଚି ଥିଲେ। ରାଜକିଶୋର ଙ୍କ ମୃତ୍ୟୁ ରେ ରାଉରକେଲା ରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.