ଡ୍ରଗ୍ସ ସେବନ କରିବା କିମ୍ବା ଡ୍ରଗ୍ସ ବେପାର ସହ ଚାଲାଣ କରିବା ଏକ ଗୁରୁତର ଅପରାଧ। ଏଥିଲାଗି କଡା ଦଣ୍ଡର ବ୍ୟବସ୍ଥା ଅଛି। ତେବେ ସବୁଠାରୁ ବଡ଼ କଥା ହେଲା ନିଶା କାରବାର ଏବଂ ସେବନର ସାମାଜିକ ଦିଗ।

ନିଶା ସେବନ ଦ୍ୱାରା କେତେ ଲୋକଙ୍କ ଜୀବନ ହାନି ଘଟୁଛି ତାର ସଠିକ ହିସାବ ନାହିଁ। ଏହାଛଡା ବହୁ ପରିବାର ମଧ୍ୟ ନଷ୍ଟ ହୋଇଯାଉଛି। ନିଶା ସେବନ ଏବଂ ନିଶା କାରବାର ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇବାକୁ ଅବକାରୀ ବିଭାଗ ପକ୍ଷରୁ ଏକ ସଚେତନତା ରାଲି ରାଉରକେଲା ରେ କରାଯାଇଥିଲା। ଏହି ଶୋଭାଯାତ୍ରା ଏସ ଟି ଆଇ ଛକରୁ ବାହାରି ଉଦିତନଗର ରେ ଶେଷ ହୋଇଥିଲା। ରାଉରକେଲା ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର , ଏସପି ମୁକେଶ କୁମାର ଭାମୁ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇଥିଲେ। ସି ଆର ପି ଏଫ ଅଧିକାରୀ ଏବଂ ଯବାନ ମାନେ ଏହି ସଚେତନତା ଶୋଭାଯାତ୍ରା ରେ ମଧ୍ୟ ଯୋଗ ଦେଇଥିଲେ। ସ୍କୁଲ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ଲୋକଙ୍କୁ ନିଶା ସେବନ ବିରୁଦ୍ଧରେ ସଚେତନ କରାଇଥିଲେ ।