ରାଉରକେଲା ରେ ସ୍ମାର୍ଟ ସିଟି ମିଶନର ୭ ବର୍ଷ ପୂର୍ତ୍ତି ଉତ୍ସବ ପାଳନ।

0 324

ରାଉରକେଲା, ୨୫ ଜୁନ ୨୦୨୨: ଭାରତ ସରକାରଙ୍କ ଅଧୀନରେ ପରିଚାଳିତ ସ୍ମାର୍ଟ ସିଟି ମିଶନର ୭ ବର୍ଷ ପୂର୍ତ୍ତି ଅବସରରେ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ‘ସବକା ଭାରତ ନିଖରତା ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗ ଦେଇଥିଲେ।

୭ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାଉରକେଲା ସ୍ମାର୍ଟ ସିଟି ସମ୍ପର୍କରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ଼ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଏହି ଅବସରରେ ରାଉରକେଲା ଟ୍ରାଫିକ ଗେଟ ନିକଟରେ ଥିବା ପାର୍କରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ରାଉରକେଲା ବିଧାୟକଙ୍କ ସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ସାମିଲ ହୋଇ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣର ବାର୍ତ୍ତା ଦେଇଥିଲେ।

ଏହା ସହ ରାଉରକେଲାର ଏକ ଡିପ୍ଲୋମା କଲେଜର ଛାତ୍ରଛାତ୍ରୀମାନେ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେମାନେ ଷ୍ଟାଡିୟମରେ ନିର୍ମାଣ ଚାଲିଥିବା ଫୁଟବଲ ଗ୍ରାଉଣ୍ଡ, ସ୍ୱିମିଙ୍ଗ ପୁଲ, ଆଥଲେଟ୍ ଟ୍ରାକ ଆଦି ବୁଲି ଦେଖିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସିତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନ, ଆସିଷ୍ଟାଣ୍ଟ କମିଶନର ସୁକାନ୍ତ କୁମାର ବେଉରା, ନରେନ୍ଦ୍ର ପ୍ରଧାନ, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ସ୍ମାର୍ଟ ସିଟିର ମୁଖ୍ୟ ଫାଇନାନ୍ସ ଅଧିକାରୀ ୟୁପିସି ପାତ୍ର, ଆର୍କିଟେକ୍ଟ ସାର୍ଥକ ସୌରଭ ରଥ ଏବଂ ରାଉରକେଲା ମହାନଗର ନିଗମର ପିଏମୟୁ ଏକ୍ସପର୍ଟ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ସରକାରଙ୍କର ସ୍ମାର୍ଟ ସିଟି ମିଶନର ୭ ବର୍ଷ ପୂର୍ତ୍ତି ଅବସରରେ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଉରକେଲା ସ୍ମାର୍ଟ ସିଟିକୁ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.