ପୋଲିସ-ଅପରଧୀ ଗୁଳି ବିନିମୟ ଘଟଣା।। ଅପରାଧୀଙ୍କ ପରିଚୟ ପାଇଲେ ପୋଲିସ।। ଦାଦାବଟି ଲାଗି ରାଉରକେଲା ଆସିଥିବା ସନ୍ଦେହ।

0 1,489

ରାଉରକେଲା ପୋଲିସ ସହ ଗୁଳି ବିନିମୟ ପରେ ଗିରଫ ହୋଇଥିବା ଅପରାଧୀ ଦ୍ୱୟଙ୍କ ପରିଚୟ ପୋଲିସ ପାଇଛି। ଏହି ଅପରାଧୀ ଦ୍ୱୟ ପଡୋଶୀ ରାଜ୍ୟ ଝାରଖଣ୍ଡ ଗୁମଲା ଜିଲ୍ଲାର।

ପୋଲିସ ଗୁଳିରେ ଆହତ ବିଶ୍ୱଜିତ ସାହୁ ଏବଂ ଅନ୍ୟଜଣେ ଅପରାଧୀ ଟୁଚୁ ଏଣ୍ଡୱାର ବାବଦରେ ପୋଲିସ ତଦନ୍ତ ଜାରି ରହିଛି। କେଉଁ ଉଦ୍ଧେଶ୍ୟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ରାଉରକେଲା ରେ ଏହି ଦୁଇ ଅପରାଧୀ ପ୍ରବେଶ କରିଥିଲେ ତାର ସଠିକ କାରଣ ପୋଲିସ ଖୋଜୁଛି। ତେବେ ଦାଦାବଟି ସହ କୌଣସି ବଡ ଧରଣ ଅପରାଧ ଘଟାଇବାକୁ ଏମାନେ ଆସିଥିବା ପୋଲିସ ଅନୁମାନ କରୁଛି।

ସୂଚନା ଯୋଗ୍ୟଯେ ଶନିବାର ପୂର୍ବାହ୍ନ ରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ
ମୁଣ୍ଡାସାହି ନିକଟ ଜଙ୍ଗଲରେ ପୋଲିସ ସହ ଏହି ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ ବିଶ୍ୱଜିତ ଆହତ ହୋଇଥିବା ବେଳେ ଟୁଚୁ ଗିରଫ ହୋଇଥିଲା। ପୋଲିସ ସେମାନଙ୍କ ନିକଟରୁ ଏକ ଏକେ-୪୭ ରାଇଫଲ , ଗୋଟିଏ ୯ ଏମ୍ ଏମ୍ ପିସ୍ତଲ , ଗୋଟିଏ ଦେଶୀ ବନ୍ଧୁକ , ଗୋଟିଏ କାର , ଗୁଳି ଆଦି ଜବତ କରିଥିଲେ । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.