ଜିଲ୍ଲାପାଳଙ୍କ ହକି ଷ୍ଟାଡିଅମ ଏବଂ ରାଉରକେଲା ବିମାନ ବନ୍ଦର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ।

0 408

ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏବଂ ରାଉରକେଲା ବିମାନବନ୍ଦର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଏସବୁ କାର୍ଯ୍ୟ କିପରି ଶେଷ ହେବ ସେନେଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

୨୦୨୩ ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଜିଲ୍ଲାପାଳ ଅଗ୍ରଗତି ସମୀକ୍ଷା କରିଛନ୍ତି। ଏଥିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.