ଯାଜପୁର ଜିଲ୍ଲା ଡୁବୁରୀ ରେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ।। ଯୋଗ ଦେଲେ ବହୁ ଶ୍ରଦ୍ଧାଳୁ।

0 245

ଯାଜପୁର ଜିଲ୍ଲା ଡୁବୁରୀରେ ଆରମ୍ଭ ହୋଇଥିବ ଶ୍ରୀ ଗୁଣ୍ଡିଚା ମନ୍ଦିର ର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ପୂର୍ବରୁ ଏଠାରେ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଥିଲା। ନଥିଲା ଗୁଣ୍ଡିଚା ରାଣୀଙ୍କ ମନ୍ଦିର l ଏଥିପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଡୁବୁରୀ ରେ ଏକ ଗୁଣ୍ଡିଚା ମନ୍ଦିର ଲାଗି ଉଦ୍ୟମ ଆରମ୍ଭ କଲେ। ଲୋକଙ୍କ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଆଶା ଶେଷରେ ପୂରଣ ହେଲା। ଜଗନ୍ନାଥ ଜୀଉ ଟ୍ରଷ୍ଟ ଓ ଡ଼ୁବୁରୀ ଗ୍ରାମ ବାସୀଙ୍କ ତରଫରୁ ଆରମ୍ଭ ହୋଇଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କାମ ଶେଷ ହୋଇଛି l ଶ୍ରଦ୍ଧାଳୁ ଙ୍କ ବହୁ ଦିନର ଆକାଂକ୍ଷା ପୁରା ହୋଇଛି। ମନ୍ଦିର କାର୍ଯ୍ୟ ସରିବା ପରେ ସମ୍ପୂର୍ଣ ରୀତି ନୀତି ଅନୁସାରେ ପ୍ରତିଷ୍ଠା କାର୍ଯ୍ୟକ୍ରମ ତିନିଦିନ ରେ ଶେଷ ହୋଇଛି।

ମ୍ୟାନେଜିଙ୍ଗ ଟ୍ରଷ୍ଟି ଦେବେନ୍ଦ୍ର ସାହୁ ଏବଂ ମୁଖ୍ୟ କର୍ତ୍ତା ବିଶ୍ୱଜିତ ଦାସ ଙ୍କ ତତ୍ୱବଧାନ ରେ ଉପଦେଷ୍ଟା ବିବେକାନନ୍ଦ ମହାନ୍ତି, ମୁଖପାତ୍ର ହୃଷିକେଶ ମାଝୀ, ଟ୍ରଷ୍ଟି ରବିନାରାୟଣ ସାହୁ,ଅଜୟ କୁମାର ଦାସ,ରତ୍ନାକର ସାହୁ, ସୁରେଶ ସାହୁ, ଅଭୟ ସାହୁ ,ଭଗବତ ପ୍ରେମୀ ଉମେଶ ଚନ୍ଦ୍ର ସାମଲ ,ମଳୟ ସାହୁ ପଣ୍ଡିତ ରଘୁନାଥ ପଣ୍ଡାଙ୍କ ଆବାହକତ୍ୱ ରେ ଆଜି ଅଶ୍ୱିନୀ ନକ୍ଷତ୍ର ଏକାଦଶୀ ତିଥି ରେ ଶ୍ରୀ ଗୁଣ୍ଡିଚା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି l ପୁଜ଼ା ଓ ମନ୍ତ୍ର ଉଚ୍ଚାରଣରେ ଏକ ଭକ୍ତିମୟ ପରିବେଶ ରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ଏହି ପ୍ରତିଷ୍ଠା ଦିବସ ରେ ସୁକିନ୍ଦା ବ୍ଲକ ର ପୂର୍ବତନ ଅଧକ୍ଷ ବିଶ୍ୱଜିତ ଦାସ, ସୁକିନ୍ଦା ଗଡ଼ ରାଜା ସାହେବ ଭୂପତି ଭୂଷଣ ହରିଚନ୍ଦନ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ.ଟୋପ ,ବ୍ୟାସନଗର ପୂର୍ବତନ ପୋୖରାଧକ୍ଷ ରସାନନ୍ଦ ମହାନ୍ତି, କଳିଙ୍ଗ ନଗର ଥାନା ର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ, ଡୁବିରି ସରପଞ୍ଚ ନିରୁପମା ପାତ୍ର, ଗୋପାଳ କୃଷ୍ଣ ପଟନାୟକ, ପ୍ରେମାନନ୍ଦ ମହାନ୍ତି,କୁଞ୍ଜବିହାରୀ ଦାସ,ଅଶୋକ କୁମାର ଦାସ,ରବିନାରାୟଣ ରାଉତ ,ଓ ଅଞ୍ଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଦୁଇଦିନ ଧରି ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଏହି ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ବିଭୁ କୃପା ଲାଭ କରିଥିଲେ।

Leave A Reply

Your email address will not be published.