ରାଉରକେଲା ଚାନ୍ଦିପୋଷ ରେ ପୋଲିସ ଅପରାଧୀ ଗୁଳି ବିନିମୟ।। ଜଣେ ଆହତ।। ଏକେ-୪୭ , ପିସ୍ତଲ ଜବତ।

0 922

ରାଉରକେଲା ପୋଲିସ ଏବଂ ଅନ୍ତର୍ରାଜ୍ୟ ଅପରାଧୀ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗିରଫ ହୋଇଛି। ଆହତ ଅପରାଧୀକୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇଛି। ଅନ୍ୟ ଗିରଫ ଅପରାଧୀ କୁ ପୋଲିସ ପଚରା ଉଚୁରା କରୁଛି।

ଗୁଳି ବିନିମୟ ରେ ଜଣେ ଅପରାଧିର ଗୋଡ଼ରେ ଗୁଳି ବାଜିଛି। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଏ କେ- 47 , ଗୋଟିଏ 9 ଏମ୍ ଏମ୍ ପିସ୍ତଲ , ଗୁଳି , ଗୋଟିଏ କାର , ବାଇକ ଆଦି ଜବତ କରିଛନ୍ତି। ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର ଏବଂ ରାଉରକେଲା ଏସପି ଆର ଜି ଏଚ ରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ରାଉରକେଲା ର ଚାନ୍ଦିପୋଷ ଥାନା ଅଞ୍ଚଳରେ ନଜର ରଖିଥିଲେ। ଶନିବାର ପୂର୍ବାହ୍ନ ରେ ଏହି ଅପରାଧୀ ଦ୍ୱୟ ଏକ କାରରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଅପରାଧୀ ମାନେ ପୋଲିସ ଉପରକୁ ଗୁଳି ଚଳାଇବା ପରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ପୋଲିସ ଗୁଳିରେ ଜଣେ ଅପରାଧୀ ଆହତ ହୋଇଥିଲା।
ପ୍ରାଥମିକ ତଦନ୍ତରୁ ଏହି ଅପରାଧୀ ମାନେ ବିହାର ଏବଂ ଝାରଖଣ୍ଡ ଅଞ୍ଚଳର ବୋଲି ଜଣା ପଡ଼ିଛି। ସହରରେ କୌଣସି ଏକ ବଡ଼ ଅପରାଧ କରିବାକୁ ଯୋଜନା କରୁଥିବା ଅନୁମାନ କରାଯାଉଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.