ରାଉରକେଲା ରେ ଟ୍ରାନ୍ସଜେଣ୍ଡର ମାନଙ୍କ ରେନ୍-ଵୋ ସ୍ୱାଭିମାନ ପଦଯାତ୍ରା।। ସମାଜରେ ଆତ୍ମ ସମ୍ମାନ ଦାବି କଲେ କିନ୍ନର।

0 508

ଟ୍ରାନ୍ସଜେଣ୍ଡର ମାନଙ୍କର ରେନ୍-ବୋ ସ୍ୱାଭିମାନ ପଦଯାତ୍ରା ଶନିବାର ଦିନ ରାଉରକେଲା ରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ସହର ର ବିଭିନ୍ନ ଅଞ୍ଚଳରୁ ଆସିଥିବା କିନ୍ନର ମାନେ ଭାଗ ନେଇଥିଲେ।

ସ୍ୱାସ୍ଥ୍ୟ ସେବା , ଆଇନ ସେବା , ଶିକ୍ଷା , ସାମାଜିକ ସୁରକ୍ଷା , ନିଯୁକ୍ତି , ଜୀବିକା ଆଦିକୁ ସରକାରୀ ଏବଂ ବେସରକାରୀ ସ୍ତରରେ ସୁନିଶ୍ଚିତ କରାଇବା ଏହି କାର୍ଯ୍ୟକ୍ରମ ର ଲକ୍ଷ। ଆତ୍ମ ସମ୍ମାନର ସହ ଜୀବନ ଯାପନ କରିବା ପାଇଁ ସମାଜ ତଥା ଅନ୍ୟାନ୍ୟ ବର୍ଗଙ୍କୁ ବାର୍ତ୍ତା ଦେବା ଏହି କାର୍ଯ୍ୟକ୍ରମର ଏଜେଣ୍ଡା ଥିଲା । ଏହି ପରିପ୍ରେକ୍ଷୀରେ ଉଦିତନଗର ମହନଗର ନିଗମ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରା ବାହାରିଥିଲା। ଟ୍ରାନ୍ସ ଜେଣ୍ଡର ମାନଙ୍କ ପ୍ରତି ସମାଜରେ ଥିବା ଚିନ୍ତାଧାରାକୁ ବଦଳାଇବା ଏହି ପଦଯାତ୍ରା ର ମୁଖ୍ୟ ଉଦେଶ୍ୟ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ‘ସାଥି’ ଏବଂ ରାଉରକେଲା ‘ କିନ୍ନର ମା ଟ୍ରଷ୍ଟ’ ପକ୍ଷରୁ ଏହି ସ୍ୱାଭିମାନ ଶୋଭାଯାତ୍ର ର ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.