ଏକ ସ୍ପଞ୍ଜ ଆଇରନ ବୋଝେଇ ଟ୍ରକରେ ବିଦେଶୀ ମଦ ଚାଲାଣ ହେଉଥିବା ଖବରପାଇ ବ୍ରହ୍ମଣୀତରଙ୍ଗ ଥାନା ପୋଲିସ ଟ୍ରକ କୁ ଜବତ କରିଛନ୍ତି। ଜବତ ଟ୍ରକରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ ହୋଇଛି। ଏହା ସହ ଟ୍ରକ ଚାଳକ ଏବଂ ଖଲାସି କୁ ଗିରଫ କରିଛନ୍ତି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବିହାରର ରିତେଶ କୁମାର ଏବଂ ରୋହିତ କୁମାର। ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳ ରୁ ସ୍ପଞ୍ଜ ଆଇରନ ଲୋଡ଼ କରି ଟ୍ରକ ଟି ବିହାର ଯାଉଥିଲା। ବିହାରରେ ମଦ ବିକ୍ରି ନିଷେଧ ଥିବାରୁ ସେଠାରେ ଭଲ ଦାମ ରେ ବିକ୍ରି କରିବାକୁ ଉଭୟ ଏହି ଚୋରା ଚାଲାଣ କରୁଥିବା ପୋଲିସ ଆଗରେ କହିଛନ୍ତି।