ଶୋଇଥିବା ବେଳେ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ।। ଅଭିଯୁକ୍ତ ଗିରଫ।

0 618

ନିଦରେ ଶୋଇଥିବାବେଳେ ଜଣେ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ରାହ୍ମଣୀତରଙ୍ଗ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ବେଲଡିହିର ସୁଦନ ଗୋପ(୩୮)। ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଜଣେ ବୃଦ୍ଧା(୬୦) ଏକୁଟିଆ ଭଡ଼ା ଘରେ ରୁହନ୍ତି। ସେ ଆଖପାଖ ଅଞ୍ଚଳରେ ଥିବା ଶିଳ୍ପ କାରଖାନାରେ ଦିନ ମଜୁରିଆଭାବେ କାର୍ଯ୍ୟରତ। ଗତ ୨୨ ତାରିଖ ବିଳମ୍ବିତ ରାତି ପ୍ରାୟ ୨.୩୦ ମିନିଟ। ବୃଦ୍ଧା ଜଣକ ଘର ଭିତର ପଟୁ କବାଟ ବନ୍ଦ କରି ଶୋଇଥିଲେ। ଏତିକିବେଳେ ଅଭିଯୁକ୍ତ ସେଠାରେ ପହଞ୍ଚିଥିଲା। ପରେ କୌଶଳକ୍ରମେ ଉକ୍ତ କବାଟକୁ ଖୋଲି ଭିତରକୁ ପଶିଥିଲା। ସାମାନ୍ୟ ଶବ୍ଦ ହେବାରୁ ବୃଦ୍ଧା ଜଣକ ହଠାତ୍‌ ନିଦରୁ ଉଠି ପଡ଼ିଥିଲେ। ମାତ୍ର ଅଭିଯୁକ୍ତ ବୃଦ୍ଧାଙ୍କ ମୁହଁରେ ଗାମୁଛା ବାନ୍ଧି ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏମିତିକି ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଧମକ ରେ ଭୟଭୀତ ନହୋଇ ପୀଡ଼ିତା ଥାନାରେ ଏତଲା ଦେବାପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

Leave A Reply

Your email address will not be published.