ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ତୁଡାଲଗାସ୍ଥିତ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ‘ଉତ୍କର୍ଷ କେନ୍ଦ୍ର’ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।

ଏହି କେନ୍ଦ୍ରରେ ଯୁକ୍ତ ୨ ପାଠ ପଢ଼ିବା ସହ ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ।
ଏହି ଉତ୍କର୍ଷ କେନ୍ଦ୍ରରେ ସୁନ୍ଦରଗଡ଼ ସହିତ ରାଜ୍ୟର ୧୩ଟି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ କୋଚିଂ ନେଉଛନ୍ତି। ୨୦୨୧-୨୨ ଶିକ୍ଷା ବର୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ଏହି ଗସ୍ତ ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍କୁଲର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ।