ବନ୍ୟା ବେଳେ ଉଦ୍ଧାର କାର୍ଯ୍ୟର ସଫଳତା ଲାଗି ଏନ ଡି ଆର ଏଫ ର ମକ ଡ୍ରିଲ।। ରାଉରକେଲା ବ୍ରାହ୍ମଣୀ ନଦୀରେ ମକ ଡ୍ରିଲ।

0 316

ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆଗକୁ ହେବ ପ୍ରବଳ ବର୍ଷା। ତା ସହିତ ବୃଦ୍ଧି ପାଇବ ବିଭିନ୍ନ ନଦୀର ଜଳସ୍ତର। ନଇବଢି ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ନଇବଢି ବେଳେ କିପରି ଧନଜୀବନ ରକ୍ଷା କରାଯାଇ ପାରିବ ସେଥିଲାଗି ଅଭ୍ୟାସ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଦିନ ରାଉରକେଲା ରେ ବ୍ରାହ୍ମଣୀ ନଦୀରେ ଏହି ଅଭ୍ୟାସ କରାଯାଇଛି। କଟକ ମୁଣ୍ଡୁଳି ରେ ଥିବା ଏନ ଡି ଆର ଏଫ ତୃତୀୟ ବାଟାଲିଅନ ପକ୍ଷରୁ ଏହି ମକ ଡ୍ରିଲ କରାଯାଇଥିଲା। ପାୱାର ବୋଟ , ଆମ୍ବୁଲାନ୍ସ , ଟେଣ୍ଟ , ଅକ୍ସୀଜେନ ଆଦି ଧରି ଏନ ଡି ଆର ଏଫ ଯବାନ ମାନେ ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ଉଦ୍ଧାର କାର୍ଯ୍ୟ ଅଭ୍ୟାସ କରିଥିଲେ।

Leave A Reply

Your email address will not be published.