ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ରାଉରକେଲା ବଣିକ ସଙ୍ଘ ପ୍ରତିନିଧି।। ରାଜ୍ୟର ଦୁଇ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କଲେ।

0 338

ରାଉରକେଲା ବଣିକ ସଙ୍ଘ ର ଏକ ପ୍ରତିନିଧି ମଣ୍ଡଳ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ।

ଏହାସହ ଏହି ପ୍ରତିନିଧି ମଣ୍ଡଳ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରତାପ ଦେବ ଏବଂ ପ୍ରୀତି ରଞ୍ଜନ ଘଡାଇଙ୍କୁ ଭେଟି ରାଉରକେଲା ର ବିଭିନ୍ନ ସମସ୍ୟା ସହ ଶିଳ୍ପ ସମସ୍ୟା ଉପରେ ଅଲୋଚନା କରିଥିଲେ। ରାଜ୍ୟ ଗୃହ ସଚିବ ସନ୍ତୋଷ ଵାଲା ଙ୍କୁ ମଧ୍ୟ ଏହୂ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ରାଉରକେଲା ଚେମ୍ବର ଅଫ କମର୍ସ ର ଏହି ପ୍ରତିନିଧି ମଣ୍ଡଳରେ ସଙ୍ଘ ର ସମ୍ପାଦକ ସୁନୀଲ କୟାଲ , ପୂର୍ବତନ ସଭାପତି ବି ଏନ ପଟ୍ଟନାୟକ , ପଦ୍ମଲୋଚନ ନାୟକ ପ୍ରମୁଖ ସାମିଲ ଥିଲେ ।

ରାଉରକେଲା ଦୂତୀୟ ବ୍ରାହ୍ମଣୀ ସେତୁ ଜୁନ ଶେଷ ବେଳକୁ ଲୋକଙ୍କ ଚଳପ୍ରଚଳ ଲାଗି କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଏହାଛଡା ରାଉରକେଲା ଏୟାରପୋର୍ଟ ନଭେମ୍ବର ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ। ରାଉରକେଲା ରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଯଥା ବିରସା ମୁଣ୍ଡା ଅନ୍ତର୍ଜାତିକ ହକି ଷ୍ଟାଡିଅମ ସହ ଅନ୍ୟ ପ୍ରକଳ୍ପ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।
ରାଉରକେଲା ବଣିକ ସଙ୍ଘକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ପ୍ରୀତିରଞ୍ଜନ ଘଡାଇ କହିଥିଲେ ।

Leave A Reply

Your email address will not be published.