ରାଉରକେଲା ରେ ରଥଯାତ୍ରା ସୁରୁଖୁରୁରେ ସମ୍ପନ ଲାଗି ପ୍ରଶାସନ ର ବୈଠକ।। ଯୋଗଦେଲେ ବିଭିନ୍ନ ରଥଯାତ୍ରା କମିଟି ସଦସ୍ୟ ଏବଂ ଇଣ୍ଟିଗ୍ରେସନ ଫୋରମ ସଦସ୍ୟ।
ଦୁଇବର୍ଷ ପରେ ରଥଯାତ୍ରା ରେ ଭାଗ ନେବେ ସାଧାରଣ ଲୋକ ଏବଂ ଶ୍ରଦ୍ଧାଳୁ। କୋଭିଡ ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଧରି ପୁରୀ ସମେତ ବିଭିନ୍ନ ସ୍ଥାନରେ ରଥଯାତ୍ରା କେବଳ ରୀତିନୀତି ଅନୁସାରେ ହେଉଥିଲା।

କିନ୍ତୁ ଚଳିତ ବର୍ଷ କୋଭିଡ ମହାମାରୀ ର ପ୍ରକୋପ ହ୍ରାସ ପାଇଥିବାରୁ ପୁରୀ ସମେତ ବିଭିନ୍ନ ସ୍ଥାନରେ ରଥଯାତ୍ରା ହେଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ରାଉରକେଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଇ ଟି ଡି ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ରାଉରକେଲା ଏଡିଏମ୍ ଡାକ୍ତର ଶୁଭଙ୍କର ମହାପାତ୍ର , ଏସପି ମୁକେଶ କୁମାର ଭାମୁ , ଉପଜିଲ୍ଲାପାଳ ଦୌଲତ କୁମାର ଚନ୍ଦ୍ରକାର , ଅତିରିକ୍ତ ଏସ ପି , ଡି ଏଫ ଓ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟ ଏବଂ ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ ଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଆଲୋଚନା କରିଥିଲେ। କିପରି ଭାବେ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ହେବ ସେ ବାବଦରେ ଆଲୋଚନା କରାଯାଇଥିଲା ।