ସୁନ୍ଦରଗଡ଼ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ତର
ଗାଭାଲି ପରାଗ ହର୍ଷଦ।। ଜିଲ୍ଲାକୁ ଏକ ନମ୍ବର କରିବା ଲକ୍ଷ।
ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ଗାଭାଲି ପରାଗ ହର୍ଷଦ। ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ତାଙ୍କୁ ଆଜି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ। ସମସ୍ତଙ୍କ ସହଯୋଗ ମିଳିଲେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟର ୧ ନମ୍ବର ଜିଲ୍ଲା ହୋଇ ପାରିବ ଵୋଲି ଜିଲ୍ଲାପାଳ କହିଛନ୍ତି । ୨୦୨୩ ରେ ହେବାକୁ ଥିବା ହକି ବିଶ୍ୱ କପ କୁ ସର୍ବାଗ୍ରେ ଗୁରୁତ୍ୱ ଦିଆଯିବା ସହ ଉନ୍ନୟନ ମୁକକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସେ ଜଣେ ଡାକ୍ତର ହୋଇଥିବାରୁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକାର ଦେବାକୁ ଉଦ୍ୟମ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।