ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ ପ୍ଲସ ସୁରକ୍ଷା।। ପୂଜାର୍ଚ୍ଚନା ସହ ମନ୍ଦିରରେ ଝାଡୁ ମାରିଲେ ଦ୍ରୌପଦୀ।
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ ପ୍ଲସ ସୁରକ୍ଷା। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଜେଡ ପ୍ଲସ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଗୃହ ମନ୍ତ୍ରାଳୟ ସିଆରପିଏଫ କୁ ନିର୍ଦ୍ଧେଶ ଦେଇଛନ୍ତି। ଝରଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡିଶା ମୟୁରଭଞ୍ଜ ର ଦ୍ରୌପଦୀ ମୁର୍ମୁ ଏନଡିଏ ର ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ଘୋଷଣା ପରେ ଓଡ଼ିଶାରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ମଙ୍ଗଳବାର ରାତିରେ ବିଜେପି ସଭାପତି ଜେ ପି ନଡ୍ଡା ଏହି ଘୋଷଣା କରିବା ପରେ ମୟୁରଭଞ୍ଜ ରେ ଦ୍ରୌପଦୀଙ୍କ ଶୁଭେଚ୍ଛୁ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଖବର ଶୁଣିବାପରେ ସେ ବିଶ୍ୱାସ କରି ପାରିନଥିଲେ ବୋଲି ଦ୍ରୌପଦୀ କହିଛନ୍ତି। ତେବେ ପରେ ଦ୍ରୌପଦୀ ଶୁଭେଚ୍ଛୁ ମାନଙ୍କ ସହ ମନ୍ଦିର ଯାଇଁ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପ୍ରାଙ୍ଗଣରେ ଦ୍ରୌପଦୀଙ୍କୁ ଝାଡୁ ମାରୁ ଥିବାର ଦେଖାଯାଇଥିଲା।
ଦ୍ରୌପଦୀ ମୁର୍ମୁ ଏନଡିଏ ର ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଯଶବନ୍ତ ସିହ୍ନା। ତେବେ ଆସନ୍ତା ୨୫ ତାରିଖରେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ମିଳିଛି।