ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପାରିବାରିକ ହିଂସାକାଣ୍ଡ ଘଟଣା ବୃଦ୍ଧି ପାଇଛି। ମଙ୍ଗଳବାର ରାତିରେ ଘରୋଇ କଳି କୁ କେନ୍ଦ୍ରକରି ବଡଭାଇ ନିଜ ସାନ ଭାଇ କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଘଟଣା ଘଟିଛି ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ର ଖୁଟୁଗାଁ ଗ୍ରାମରେ ।

ଖୁଟୁଗାଁ ଗ୍ରାମର ବିଶୁ କୁମୁରା ଏବଂ ବାଡ଼ି କୁମୁରା ଦୁଇ ଭାଇ ଏକଠି ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇ ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ଝଗଡା ପରେ ଉତକ୍ଷିପ୍ତ ହୋଇ ବଡ଼ ଭାଇ ଏକ ଟାଙ୍ଗିଆ ସାହାଯ୍ୟରେ ସାନ ଭାଇ ବାଡି କୁମୁରା କୁ ହତ୍ୟା କରି ଫେରାର ହୋଇଯାଇଥିଲା। ପରେ ଗ୍ରାମବାସୀ ମାନେ ବିଶୁ କୁମୁରାକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ।