ନକ୍ସଲ ହମଲା।। ୩ ଜଣ ସିଆରପିଏଫ ଯବାନ ସହିଦ।। ନୂଆପଡା ଜିଲ୍ଲା ପାଟଧରା ରିଜର୍ଭ ଫରେଷ୍ଟ ଆଜି ହୋଇଛି ହମଲା।

0 491

ନକ୍ସଲ ହମଲାରେ ୩ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ଓଡ଼ିଶାର ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହି ଆକ୍ରମଣ ହୋଇଛି। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ନକ୍ସଲ ମାନେ ହମଲା କରିଥିଲେ। ଖବର ପାଇଁ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ନୂଆପଡା ଜିଲ୍ଲା ବୋଡେନ୍‌ ଥାନା ପାଟଧରାରେ ସିଆର୍‌ପିଏଫ୍‌ର ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ନକ୍ସଲମାନେ ବିରୋଧ କରୁଥିଲେ। କ୍ୟାମ୍ପ ଉଠାଇ ନେବା ପାଇଁ ନକ୍ସଲମାନେ ବ୍ୟାନର ଓ ପୋଷ୍ଟର ମାରି ଦାବି ମଧ୍ୟ କରି ଆସୁଥିଲେ। ମଙ୍ଗଳବାର ଦିନ ଯବାନମାନେ ଭୈଷାଦାନୀରୁ ପାଟଧରା କ୍ୟାମ୍ପକୁ ଯାଉଥିବା ବେଳେ ନକ୍ସଲମାନେ ଆକ୍ରମଣ କରିଥିଲେ। ପାଲଟା ଗୁଳି ଚଳାଇ ସିଆରପିଏଫ ପକ୍ଷରୁ ମୁକାବିଲା କରାଯାଇଥିଲା। ଏହା ସତ୍ତ୍ୱେ ନକ୍ସଲଙ୍କ ଗୁଳିରେ ଶିଶୁପାଳ ସିଂହ, ଶିବଲାଲ ସିଂହ ଓ ଧର୍ମେନ୍ଦ୍ର କୁମାର ସିଂହ ସହିଦ ହୋଇଯାଇଛନ୍ତି। ଆଉ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି। ଏବେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି।

ସହିଦ ଶିଶୁପାଳ ସିଂହଙ୍କ ଘର ଉତ୍ତର ପ୍ରଦେଶର ଆଲିଗଡ଼ର ଲାଲଗରି ଗାଁରେ। ତାଙ୍କୁ ୪୯ ବର୍ଷ ହୋଇଥିଲା। ଶିବଲାଲଙ୍କ ଘର ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ପାଇଗା ଗାଁରେ। ଧର୍ମେନ୍ଦ୍ର କୁମାର ସିଂହଙ୍କ ଘର ବିହାରର ରୋହତସ୍ ଜିଲ୍ଲାର ସରାୟା ଗ୍ରାମରେ ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.