ଫେସବୁକ ମେସେଞ୍ଜରରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ପଠାଇବା ଅଭିଯୋଗ ରେ ଯୁବକ ଗିରଫ।। ବିହାରରୁ ଗିରଫ କଲା ରାଉରକେଲା ସାଇବର ଥାନା ପୋଲିସ।
ଫେସବୁକ ରେ ଫ୍ରେଣ୍ଡ ରିକୁୱେଷ୍ଟ କୁ ଠିକ ଭାବେ ଯାଞ୍ଚ ନକରି ଗ୍ରହଣ କଲେ ବଡ଼ ବିପଦ। ଖାସ କରି ଯୁବତୀ ମାନଙ୍କ କ୍ଷେତ୍ରରେ। ରାଉରକେଲା ଜଗଦା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସାଙ୍ଗରେ ଏପରି ଅସୁବିଧା ଜନକ ସ୍ଥତି ପହଁଚିଛି। ୨୦୨୦ ଜୁଲାଇ ମାସରେ ତାଙ୍କୁ ଜଣେ ଫେସବୁକ ଫ୍ରେଣ୍ଡ କରିବାକୁ ଅନୁରୋଧ ପଠାଇଥିଲେ।

ଉକ୍ତ ଯୁବତୀ ତାଙ୍କ ଅନୁରୋଧ ଗ୍ରହଣ କରିବା ପରେ ସୃଷ୍ଟି ହୋଇଥିଲା ଅସୁବିଧା। ଫ୍ରେଣ୍ଡ ରିକୁୱେଷ୍ଟ ପଠାଇଥିବା ଯୁବକ ଜଣକ ଯୁବତୀଙ୍କ ଫୋଟୋ କୁ ଏଡିଟ କରି ଫେସବୁକ ମେସେଞ୍ଜର ରେ ଅଶ୍ଳୀଳ ଫୋଟୋ ପଠାଇବା ଆରମ୍ଭ କଲା। ପରେ ବ୍ଲାକ ମେଲ ମଧ୍ୟ ଆରମ୍ଭ କରିଦେଇଥିଲା। ଯୁବତୀ ଜଣକ ୨୦୨୦ ଜୁଲାଇ ୨ ତାରିଖରେ ଏ ବାବଦରେ ରାଉରକେଲା ସାଇବର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ପ୍ରାୟ ଦୁଇବର୍ଷ ପରେ ବିହାର ର ବୈଶାଳୀ ଜିଲ୍ଲାରୁ ଅଭିଯୁକ୍ତ ମହମ୍ମଦ ଏହଶାନ ଗିରଫ କରିଛନ୍ତି। ପୋଲିସ ଅଭିଯୁକ୍ତ ନିକଟରୁ ମୋବାଇଲ ଫୋନ , ସିମ କାର୍ଡ , ଆଧାର କାର୍ଡ , ଡ୍ରାଇଭିଂ ଲାଇସେନ୍ସ ଆଦି ଜବତ କରିଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।