ରାଉରକେଲା ରିମ୍ସ ରେ ଅଷ୍ଟମ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ । ଭାଗନେଲେ ଛାତ୍ରଛାତ୍ରୀ , କର୍ମଚାରୀ ଏବଂ ଶିକ୍ଷାବିତ ।

0 359

ରିମ୍.ସ୍ ରାଉରକେଲା ତରଫରୁ ଆଜି ମେଡିଟେସନ୍ ହଲ୍.ରେ କୋଭିଡ୍-19 ନିୟମାବଳୀକୁ ଦୃଷ୍ଟିରେ ରଖି ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ପୂର୍ବାହ୍ନ 7.00 ଘଣ୍ଟା ସମୟରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ନିଜ ସ୍ୱାଗତ ଭାଷଣରେ ଶ୍ରୀ ଅରବିନ୍ଦଙ୍କର ଗାୟତ୍ରୀ ମନ୍ତ୍ର ଯଥା- ତତ୍.ସବିତୁର୍ବରଂ ରୂପଂ ଜ୍ୟୋତିଃ ପରସ୍ୟ ଧୀମହି, ୟନ୍ନଃ ସତ୍ୟେନ ଦୀପୟେତ୍ । ଅର୍ଥାତ୍- ସବିତାଙ୍କର ସେହି ଶ୍ରେଷ୍ଠ ମଙ୍ଗଳମୟ ରୂପ, ପରମଙ୍କର ଦିବ୍ୟ ଜ୍ୟୋତିକୁ ଆସ ଆମ୍ଭେମାନେ ଧ୍ୟାନ କରିବା, ଯାହା ଆମକୁ ସତ୍ୟରେ ସନ୍ଦୀପିତ କରିବ । ଏହା ସହିତ ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତଥା ଶିକ୍ଷାର୍ଥୀମାନଙ୍କୁ ଯୋଗର ମାହାତ୍ମ୍ୟ ତଥା ଉପକାରିତା ସମ୍ବନ୍ଧରେ ବୁଝାଇଥିଲେ । ଯୋଗାଚାର୍ଯ୍ୟ ତଥା ଅନୁଷ୍ଠାନର ଆଡମିନିଷ୍ଟ୍ରେଟିଭ୍ ଅଧିକାରୀ ଶ୍ରୀଯୁକ୍ତ ଅଜୟ ଦାସ ବିଭିନ୍ନ ପ୍ରକାର ଯୋଗକ୍ରିୟା ମାଧ୍ୟମରେ ଯୋଗ ଶିକ୍ଷାଦାନ କରିଥିଲେ । ପରେ ପରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (AICTE)ର ନିର୍ଦ୍ଦେଶାବଳୀ ଅନୁସାରେ ଏଚଆରଡି ହଲ୍.ରେ ଯୋଗର ଆବଶ୍ୟକତା ସମ୍ବନ୍ଧୀୟ ସଚେତନତା ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମରେ ରିମ୍ସର ଛାତ୍ରଛାତ୍ରୀମାନେ ବହୁଳସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଚର କରୁଣାକର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.