ଦେଶର ବିଭିନ୍ନ ସ୍ଥାନ ସହ ରାଉରକେଲା ରେ ମଧ୍ୟ ଆନ୍ତର୍ଜାତିକ ଯୋଗା ଦିବସ ପାଳିତ। ଓଡିଶା ଯୋଗ ଶିବିରରେ ଯୋଗ ଦେଲେ ତିନି କେନ୍ଦ୍ରମନ୍ତ୍ରୀ।
ଆଜି ଆନ୍ତର୍ଜାତିକ ଯୋଗ ଦିବସ। ଦେଶର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ଯୋଗାସନର ଅଭ୍ୟାସ କରାଯାଇଛି। ବଡ଼ ସହର ରୁ ନେଇ ଛୋଟ ସହର ପର୍ଯ୍ୟନ୍ତ ସବୁଆଡେ ଆୟୋଜନ କରାଯାଇଛି ଯୋଗ ଶିବିର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ର ମହୀଶୂର ପ୍ୟାଲେସ ରେ ଆୟୋଜିତ ଯୋଗା ଶିବିର ରେ ଭାଗନେଇ ଉପସ୍ଥିତ ଲୋକଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଆଜି ଦିନରେ ଯୋଗା ଶିବିରର ଆୟୋଜନ କରାଯାଇଛି। ତିନିଜଣ କେନ୍ଦ୍ରମନ୍ତ୍ରୀ ଏହି ସବୁ ଶିବିରରେ ଯୋଗ ଦେଇଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗା ଶିବିରରେ ଯୋଗଦେଇଥିଲେ । ସେହିପରି ପୁରୀ ଏବଂ ମୟୁରଭଞ୍ଜ ରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ମାନେ ଯୋଗ ଶିବିର ରେ ଭାଗ ନେଇଥିଲେ। ରାଉରକେଲା ର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଅନ୍ତର୍ଜାତିକ ଯୋଗା ଦିବସ ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିଅମ , ରେଳବାଇ କଲୋନୀ ଆଦି ସ୍ଥାନରେ ମଧ୍ୟ ଯୋଗ ଶିବିରର ଆୟୋଜନ କରାଯାଇଥିଲା।