ତିନିମାସ ଦରମା ପାଇ ନଥିବାରୁ ଗାୟତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ କର୍ମଚାରୀଙ୍କ ଧାରଣା।। ବଣେଇ କେନାଭଟା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

0 490

ତିନି ମାସର ଦରମା ପାଇ ନଥିବାରୁ ଗାୟତ୍ରୀ କମ୍ପାନୀରେ କାମ କରୁଥିବା ଶ୍ରମିକ କର୍ମଚାରୀ ମାନେ ଧାରଣା ଦେଇଛନ୍ତି। କେନାଭଟା ଠାରେ ଥିବା କମ୍ପାନୀର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

ବାରକୋଟ ରୁ ରାଜାମୁଣ୍ଡା ୧୪୩ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ କରୁଥିଲେ ଏହି ଗାୟତ୍ରୀ କମ୍ପାନୀ। କିନ୍ତୁ କୌଣସି କାରଣରୁ କାମ ପୁରା ନକରି ଅଧାରୁ କମ୍ପାନୀ ଛାଡି ଚାଲିଗଲେ। ଏବେ ଏହି କାମ ଅନ୍ୟ ଠିକା ସଂସ୍ଥା କରୁଛନ୍ତି। ଅନ୍ୟ ପକ୍ଷରେ ଗାୟତ୍ରୀ କମ୍ପାନୀ ରେ କାମ କରୁଥିବା ଶ୍ରମିକ କର୍ମଚାରୀ ତିନି ମାସର ଦରମା ପାଇ ନଥିବାରୁ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦିନ ଧାରଣା ଦେଇଛନ୍ତି।

Leave A Reply

Your email address will not be published.