ବଣେଇ ଥାନାରେ ଜଣେ ଯୁବକଙ୍କୁ ଚୋରି ମାମଲାରେ ଥାନାକୁ ଆଣି ମାଡ ମାରିବା ନେଇ ଅଭିଯୋଗ ହୋଇଛି। ପୋଲିସ ମାଡରେ ଆହତ ହୋଇଥିବା ଯୁବକ ଚିନ୍ମୟ ସାହୁ ଏବେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

ଅନ୍ୟପକ୍ଷରେ ଚିନ୍ମୟଙ୍କ ମା ଏହି ଘଟଣାର ନ୍ୟାୟ ତଥା ତଦନ୍ତ ଲାଗି ରାଉରକେଲା ଏସ ପି ଙ୍କୁ ଏକ ପତ୍ର ଦେଇଛନ୍ତି । ଏକ ବିଦ୍ୟୁତ ବୋର୍ଡ ଚୋରି ମାମଲାର ସନ୍ଦେହରେ ଜୁନ ୧୭ ତାରିଖ ଦିନ ଚିନ୍ମୟଙ୍କୁ ପୋଲିସ ନରେନ୍ଦ୍ରରୁ ଥାନାକୁ ନେଇଥିଲା। ଥାନାରେ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ କରିଛନ୍ତି ଚିନ୍ମୟ ଏବଂ ତାଙ୍କ ମା । ଚିନ୍ମୟଙ୍କୁ ଥାନାରୁ ଆଣିବାକୁ ତାଙ୍କ ମା ଏବଂ ଭାଇ ଯିବା ପରେ ରାତି ୧୦ ଟା ପରେ ପୋଲିସ ତାଙ୍କୁ ଥାନରୁ ଛାଡିଥିଲେ । ୧୮ ତାରିଖ ଦିନ ଚିନ୍ମୟଙ୍କ ଦେହ ଖରାପ ହେବାରୁ ପରିବାର ପକ୍ଷରୁ ତାଙ୍କୁ ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇଛି। ଏ ବାବଦରେ ତଦନ୍ତ କରି ନ୍ୟାୟ ଦେବା ଲାଗି ଚିନ୍ମୟ ଙ୍କ ମା ଆଜି ରାଉରକେଲା ଏସପି ଙ୍କୁ ପତ୍ର ଲେଖିଛନ୍ତି।