ବହୁଚର୍ଚ୍ଚିତ ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ର ନିର୍ଦ୍ଦେଶକ ପଦବୀ ଲାଗି ନିର୍ବାଚନ ଆଜି ଆରମ୍ଭ ହୋଇଛି। ସମୁଦାୟ ୪ ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଉଛି। ଉଦିତନଗର ହାଇସ୍କୁଲ , ମୁନିସିପଲ କଲେଜ ଆଦି ସ୍ଥାନରେ। ଭୋଟ ଗ୍ରହଣ କରାଯାଉଛି । ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏହା ଚାଲିବ। ଦୁଇଟି ପ୍ୟାନେଲ ରେ ଏଥର ଅର୍ବାନ ବ୍ୟାଙ୍କର ନିର୍ବାଚନ ଲଢେ଼ଇ ହେଉଛି। ଗୋଟିଏ ପ୍ୟାନେଲ ମାଠିଆ ହୋଇଥିବା ବେଳେ ଅନ୍ୟ ପ୍ୟାନେଲ ନଡ଼ିଆଗଛ ଚିହ୍ନ ରେ ନିର୍ବାଚନ ଲଢ଼ୁଛନ୍ତି । ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାହିତ ହେବାକୁ ଭୋଟ ଗ୍ରହଣ କେନ୍ଦ୍ର ପରିସରରେ ପୋଲିସ ମୁତୟନ କରଯାଇଛି। ସୂଚନାଯୋଗ୍ୟ ଯେ ବ୍ୟାଙ୍କର ୧୫ ଟି ନିର୍ଦ୍ଦେଶକ ପଦବୀ ମଧ୍ୟରୁ ତିନି ଜଣ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଆଉ ୧୨ ଟି ନିର୍ଦେଶକ ପଦବୀ ଲାଗି ନିର୍ବାଚନ ହେଉଛି।