ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ।। ଦିଲ୍ଲୀପ ମହାପାତ୍ରଙ୍କ ପ୍ୟାନେଲର ବିପୁଳ ବିଜୟ।

0 237

ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ପଦ ଲାଗି ଆଜି ହୋଇଥିବା ନିର୍ବାଚନରେ ଦିଲ୍ଲୀପ ମହାପାତ୍ର ପ୍ୟାନେଲ କୁ ବିପୁଳ ସଫଳତା ମିଳିଛି। ଅନୁଷ୍ଠିତ ନିର୍ବାଚନରେ ୧୨ ଟି ପଦରୁ ଦିଲ୍ଲୀପ ଙ୍କ ପ୍ୟାନେଲ ର ୧୦ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପୂର୍ବରୁ ଏହି ପ୍ୟାନେଲ ର ୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ଅପରପକ୍ଷ ପ୍ୟାନେଲ ର କେବଳ ଦୁଇଜଣ ପ୍ରାର୍ଥୀ ଚୌଧୁରୀ ବିଜୟ ପଟ୍ଟନାୟକ ଏବଂ ସୁକାନ୍ତ ରାଉତ ବିଜୟ ଲାଭ କରିଛନ୍ତି। ଅର୍ବାନ ବ୍ୟାଙ୍କ ନିର୍ବାଚନ ଲାଗି ଭୋଟ ଗ୍ରହଣ ରବିବାର ସକାଳ ୭ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ରେ ସରିଥିଲା। ପାଖାପାଖି ୫୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.