ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ରାଉରକେଲା ରେ ଉଦଘାଟିତ।। ସିନେ କାର୍ଣ୍ଣିଭାଲ ରେ ଦୁଇଦିନିଆ ମହୋତ୍ସବ।

0 354

ରାଉରକେଲା କ୍ରସରୋଡ଼ ମଲ ସ୍ଥିତ ସିନେ କାର୍ଣ୍ଣିଭାଲ ରେ ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚିତ୍ର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହା ଦୁଇ ଦିନ ଧରି ଚାଲିବ। ଶନିବାର ଦିନ ଆୟୋଜିତ ଏହି ଉତ୍ସବ ରେ ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର କଳାକାର ସିଦ୍ଧାନ୍ତ ମହାପାତ୍ର ଏବଂ କୁନା ତ୍ରିପାଠୀ ଯୋଗ ଦେଇ ଥିଲେ। ଉଭୟ କଳାକାର ସଡକ ସୁରକ୍ଷା ନିୟମ କୁ ସବୁବେଳେ ପାଳନ କରିବାକୁ ଦର୍ଶକ ମାନଙ୍କୁ ନିବେଦନ କରିଥିଲେ। ସଡକ ସୁରକ୍ଷା ନିୟମ ମାନିବା ଲାଗି ପ୍ରଥମେ ସଚେତନ କରାଯାଉଛି ଏବଂ ପରେ ଏହାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି।

Leave A Reply

Your email address will not be published.