ଜୁନ ୧୧ ରାତିରେ ରାଉରକେଲା ଆଗ୍ରସେନ୍ ଭବନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୪ ଲକ୍ଷ ୭୭ ହଜାର ଟଙ୍କା ଡକାୟତି ଘଟଣାର ପୋଲିସ ପର୍ଦାଫସ କରିଛି ପୋଲିସ।

ଏହି ଡକାୟତି ଘଟଣାରେ ଜଡ଼ିତ ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି। ଏହା ସହ ଡକାୟତିରେ ବ୍ୟବହୃତ ବାଇକ ଏବଂ ସ୍କୁଟି ମଧ୍ୟ ଜବତ କରିଛନ୍ତି । ୧୧ ତାରିଖ ରାତିରେ ଉଦିତନଗରରେ ଅବସ୍ଥିତ କୋଣାର୍କ ହାର୍ଡୱେୟାର ର ମ୍ୟାନେଜର ଦୋକାନର ବିକ୍ରି ଟଙ୍କା ନେଇ ସିଭିଲ ଟାଉନଶିପ ମାଲିକ ଙ୍କ ଘରକୁ ଯାଉଥିଲେ। ଅଗ୍ରସେନ ଭବନ ନିକଟରେ ସଶସ୍ତ୍ର ଡକାୟତ ମାନେ ତାଙ୍କ ଉପରେ ଆକ୍ରମଣ କରି ଟଙ୍କା ବ୍ୟାଗ ଲୁଟି ନେଇଥିଲେ। ଏହି ଘଟଣାରେ ମ୍ୟାନେଜର ଆହତ ମଧ୍ୟ ହୋଇଥିଲେ। ରଘୁନାଥପାଲି ପୋଲିସ ଘଟଣାର ତଦନ୍ତ କରି ୫ ଜଣ ଡକାୟତଙ୍କୁ ଗିରଫ କରିବା ସହ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛନ୍ତି। ଡକାୟତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଡକାୟତଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା କହିଛନ୍ତି ଏସ ଡି ପି ଓ ସାନ୍ତା ନୂତନ ସମଦ।