ଅଲ ଇଣ୍ଡିଆ ମୋବାଇଲ ରିଟେଲ ଆସୋସିଏସନ ରାଉରକେଲା ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା। ରାଉରକେଲା ଗୁରୁ ନାନକ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରକ୍ତଦାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ସିଂ , ହରଦୀପ ସିଂ , ଦାବିନ୍ଦ୍ର ସିଂ , ଅମିତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରତିବର୍ଷ ଜୁନ ୧୭ ତାରିଖରେ ରକ୍ତଦାନ କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ମୋବାଇଲ ବିକ୍ରେତା ସଙ୍ଘ ପକ୍ଷରୁ କୁହାଯାଇଛି।