“ପ୍ରତି ଜୀବନ ମୂଲ୍ୟବାନ” ଏହି ସନ୍ଦେଶ ଆଜି ଦିଆଯାଇଛି ରାଉରକେଲାରେ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଉଦେଶ୍ୟ ରେ ଏକ ସାଇକେଲ ଯାତ୍ରାର ଆୟୋଜନ ରାଉରକେଲା ରେ କରାଯାଇଥିଲା।

ସହରର ସିନେ କାର୍ଣ୍ଣିଭାଲ ରେ ଆଜି ସନ୍ଧ୍ୟାରେ ଜାତୀୟ ସଡକ ସୁରକ୍ଷା ସମ୍ପର୍କିତ କ୍ଷୁଦ୍ର ଚଳଚିତ୍ର ଉତ୍ସବ ଉଦଘାଟିତ ହେବ। ଏହି ପରିପ୍ରେକ୍ଷୀରେ ଶନିବାର ସକାଳେ ସାଇକ୍ଲୋଥନ୍ ୨୦୨୨ ରାଉରକେଲା ରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ସିନେ କଳାକାର ସିଦ୍ଧାନ୍ତ ମହାପାତ୍ର ଏବଂ ରାଜ୍ୟ ଫିଲ୍ମ ଉନ୍ନୟନ ନିଗମ ର ଅଧ୍ୟକ୍ଷ କୁନା ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ । ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର , ରାଉରକେଲା
ଏସ ପି ମୁକେଶ କୁମାର ଭାମୁ ଏହି ସାଇକେଲ ସଚେତନତା ଯାତ୍ରାରେ ରେ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏହି ସଡକ ସୁରକ୍ଷା କାର୍ଯ୍ୟକ୍ରମ ସାଇକ୍ଲୋଥନ୍ ୨୦୨୨ ବାହାରିବା ପରେ ରିଙ୍ଗରୋଡ଼ ପରିକ୍ରମା କରିଥିଲା। ପରେ ମହନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଶେଷ ହୋଇଥିଲା ।