ରାଉରକେଲା ପାନପୋଷ ରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଆସନ୍ତାକାଲି ଅର୍ଥାତ ୧୮ ଜୁନ ୨୦୨୨ ରୁ ସର୍ବସାଧାରଣଙ୍କ ଲାଗି ଖୋଲାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଛି। ଏହି ଷ୍ଟାଡିଅମ କୁ ଖେଳିବାକୁ ତଥା ଅଭ୍ୟାସ କରିବାକୁ ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନେ ତାଙ୍କ ଟାଇମ ସ୍ଲଟ ନିମ୍ନ ଟେବୁଲ ରେ ଯାଞ୍ଚ କରିନେବାକୁ ପରାମର୍ଶ ଦିଆଯାଇଛି। ଏହାଛଡା ମୋ ସରକାର ସେଲ ରେ ମଧ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ୯୪୩୭୭୯୨୯୨୨ ଫୋନରେ ଯୋଗାଯୋଗ କରିପାରିବେ। ଏହି ଇନଡୋର ଷ୍ଟାଡିଅମ ରେ ଖେଳିବାକୁ ହେଲେ ନନ୍ ମାର୍କିଙ୍ଗ ଜୋତା ପିନ୍ଧି ଆସିବାକୁ ପଡିବ ବୋଲି କୁହାଯାଇଛି। ଯେଉଁମାନେ ନନ୍ ମାର୍କିଙ୍ଗ ଜୋତା ନପିନ୍ଧି ଆସିବେ ସେମାନଙ୍କୁ ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି କତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।
