ଅଗ୍ନିପଥ ବିରୋଧୀ ଆନ୍ଦୋଳନ।। ସିକନ୍ଦରାବାଦ ରେ ପୋଲିସ ଗୁଳିରେ ଜଣେ ମୃତ , ୩ ଆହତ।। ସ୍ଥିତି ଉତ୍ତେଜନା ପୂର୍ଣ।

0 333

କେନ୍ଦ୍ର ସରକାରଙ୍କ ନୂତନ ସାମରିକ ନିଯୁକ୍ତି ନୀତି ଅଗ୍ନିପଥ ଯୋଜନା ବିରୋଧରେ ଶୁକ୍ରବାର ଦିନ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ବିହାର ର ବିଭିନ୍ନ ଷ୍ଟେସନ ରେ ଆନ୍ଦୋଳନକାରୀ ମାନେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଥିଲେ।

କେତେକ ଟ୍ରେନ ରେ ମଧ୍ୟ ନିଆଁ ଲଗାଇଦେଇଥିବା ଜଣାପଡିଛି। ସିକନ୍ଦରାବାଦ ରେଳ ଷ୍ଟେସନରେ ଯୁବକମାନଙ୍କ ଉପରେ ପୋଲିସ୍ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି।
ବିକ୍ଷୋଭକାରୀମାନେ ଦୁଇଟି ଟ୍ରେନରେ ନିଆଁ ଲଗାଇ ଷ୍ଟେସନରେ ଭଙ୍ଗାରୁଜା କରିବା ପରେ ପୋଲିସ ଗୁଳି ଚଳାଇଥିଲା। ଆହତମାନଙ୍କୁ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଛି।
ବହୁ ସଂଖ୍ୟକ ବିକ୍ଷୋଭକାରୀ ଷ୍ଟେସନରେ ଏବଂ ଟ୍ରାକରେ ରହିଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୋଲିସ ଉପରକୁ ବିକ୍ଷୋଭକାରୀ ମାନେ ପଥର ଫିଙ୍ଗିବା ପରେ ପୋଲିସ ଗୁଳି ଚଳାଇଥିବା କୁହାଯାଉଛି।
ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରେଳ ସୁରକ୍ଷା ବଳ, ସରକାରୀ ରେଳ ପୋଲିସ ଏବଂ ନଗର ପୋଲିସ ଉଦ୍ୟମ କରୁଛନ୍ତି । ରଣକ୍ଷେତ୍ର ପାଲଟିଥିବା ଏହି ଅଞ୍ଚଳ କୁ ଅତିରିକ୍ତ ପୋଲିସ ଫୋର୍ସ ପଠାଯାଇଛି।

ସମସ୍ତ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ (TSRTC) ବସ୍ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

Leave A Reply

Your email address will not be published.