ଓଡ଼ିଶାରେ ଅଗ୍ନିପଥ ତାତି।। ରାସ୍ତା ଉପରୁ ଆନ୍ଦୋଳନକାରୀ ଙ୍କୁ ହଟାଇବାକୁ କଟକରେ ପୋଲିସର ଲାଠିମାଡ଼।

0 282

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ତାତି ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କଟକରେ କ୍ୟାଣ୍ଟନମେଣ୍ଟ ଛକରେ ଆନ୍ଦୋଳନ କାରୀ ମନେ ଏହି ଯୋଜନା କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସେନାରେ ନିଯୁକ୍ତି ଲାଗି ମେଡ଼ିକାଲ ଟେଷ୍ଟ ଏବଂ ଫିଜିକାଲ ଟେଷ୍ଟ ଦେଇ ସାରିଥିବା ଛାତ୍ରଛାତ୍ରୀ ମାନେ ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଆନ୍ଦୋଳନକାରୀ ମାନେ ରିଙ୍ଗରୋଡ଼ କୁ ଅବରୋଧ କରିବା ପରେ ପୋଲିସ ଲାଠିଚାର୍ଜ କରି ସେମାନଙ୍କୁ ହଟାଇ ଦେଇଥିଲା। କିଛି ଆନ୍ଦୋଳନକାରୀ ଙ୍କୁ ଅଟକ ରଖାଯାଇଛି। ଶୁକ୍ରବାର ଦିନ ଆର୍ମି ନିଯୁକ୍ତି ଆଶାୟୀ ମାନେ ଆନ୍ଦୋଳନ କରିବା ନେଇ ପୋଲିସ ପାଖରେ ସୂଚନା ଥିଲା। ରାସ୍ତା ଅବରୋଧ କରିବାରୁ ସେମାନଙ୍କୁ ହଟାଇ ଦିଆଯାଇଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ତେବେ ସ୍ଥିତି ପ୍ରତି ନଜର ରଖାଯାଇଥିବା କହିଛନ୍ତି ଡିସିପି।

Leave A Reply

Your email address will not be published.