ରାଉରକେଲା ଛୁଇଁଲା ପ୍ରଥମ ମୌସୁମୀ ବର୍ଷା।। ଲାକଙ୍କ ମନରେ ଖୁଶି।

0 368

ରାଉରକେଲା କୁ ଛୁଇଁଲା ପ୍ରଥମ ମୌସୁମୀ ବର୍ଷା। ଗତକାଲି ମୌସୁମୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା। ଆଜି ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହୋଇଥିବା ଜଣା ପଡ଼ିଛି। ବର୍ଷା ସହ ମେଘୁଆ ପାଗ ମଧ୍ୟ ଲାଗି ରହିଛି। କେହି କେହି ଏହାକୁ ମୌସୁମୀ ବର୍ଷା ଭାବେ ଆକଳନ କରୁଥିବା ବେଳେ ଅନ୍ୟ କେତେକ ବସୁମତୀ ଗାଧୁଆ ବର୍ଷା ଭାବେ ଅଭିହିତ କରିଛନ୍ତି। ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାତି କେତେକାଂଶରେ ହ୍ରାସ ପାଇଛି। ଲୋକମାନେ ମୌସୁମୀର ପ୍ରଥମ ବର୍ଷାର ମଜା ନେଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.