ଖାଇବା ସାମଗ୍ରୀ ଦର ବୃଦ୍ଧି ରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଏହି ତେଲର ଦର କିଛି ପରିମାଣରେ ହ୍ରାସ ପାଇଛି । ଖାଇବା ତେଲରେ ୨୦ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ କରିଛନ୍ତି ବିଭିନ୍ନ ତେଲ ଉତ୍ପାଦନ କରୁଥିବା କମ୍ପାନୀ । ସୂର୍ଯ୍ୟମୂଖୀ, ସୋୟାବିନ୍, ଶୋରିଷ ତେଲ ଓ ପାମ୍ ତେଲର ଦାମ କମ ହୋଇଛି । ଶୋରିଷ, ସୋୟାବିନ୍ ଓ ସୂର୍ଯ୍ୟମୂଖୀ ତେଲ ଦର ହ୍ରାସ ହୋଇଛି । ସବୁ ତେଲର ଦାମ୍ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଖୁବ୍ ଶୀଘ୍ର ଶସ୍ତା ତେଲ ପ୍ୟାକେଟ୍ ବଜାରରେ ଉପଲବ୍ଧ ହେବ ବୋଲି ବିଭିନ୍ନ କମ୍ପାନୀ ପକ୍ଷରୁ କୁହାଯାଇଛି । ସେହିପରି ପାମ୍ ଅଏଲ ମଧ୍ୟ ୭ରୁ ୮ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି । ଏହା ସହ ଫ୍ରିଡମ୍ ବ୍ରାଣ୍ଡରେ ଆସୁଥିବା ସବୁ ତେଲ ଦର ମଧ୍ୟ ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ହାଇଦ୍ରାବାଦ ସ୍ଥିତ କମ୍ପାନୀ ଜେମିନି ପକ୍ଷରୁ ଗତ ସପ୍ତାହରେ ଫ୍ରିଡମ୍ ସୂର୍ଯ୍ୟମୂଖୀ ତେଲ ୧୫ ଟଙ୍କା ହ୍ରାସ କରିଥିଲା । ଏହି କମ୍ପାନୀ ଆଗାମୀ ଦିନରେ ୨୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା କରିବାକୁ ଯାଉଛି ବକି ସୂଚନା ମିଳିଛି । କିଛି ଦିନ ହେବ ସୂର୍ଯ୍ୟମୂଖୀ ତେଲର ଆମଦାନୀ ରୁଷ ଏବଂ ଆର୍ଜେଣ୍ଟିନା ପରି ଦେଶରୁ ବୃଦ୍ଧି ପାଇବା ପରେ ଖାଇବା ତେଲ ଦର ହ୍ରାସ ପାଇଛି । ଆଗାମୀ ଦିନରେ ଖାଇବା ତେଲ ଦାମ ଆହୁରି କମିବାର ସମ୍ଭାବନା ରହିଛି।