ଏଗାର ଦିନ ଛୁଟି ପରେ ଆଜି ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ।। ସକାଳ ୧୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ।

0 303

ଏଗାର ଦିନ ଛୁଟି ପରେ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରେ ଆଜି ଉପସ୍ଥାନ ଭଲ ରହିଛି। ୧୧ ଦିନ ଛୁଟି ପରେ ତଥା ରଜ ପର୍ବ ପାଳନ ପରେ ଛାତ୍ରଛାତ୍ରୀ ମାନେ ଆଗ୍ରହ ସହ ସ୍କୁଲ ଆସିଛନ୍ତି।

ତେବେ ସ୍କୁଲ ମାନଙ୍କରେ କ୍ଲାସ ର ସମୟ ସୀମା ପୁନ୍ନ ନିର୍ଦ୍ଧାରଣ କରାଯାଇଛି। ଗଣ ଶିକ୍ଷା ବିଭାଗର ନୂତନ ନିର୍ଦ୍ଦେଶ ନାମା ଅନୁସାରେ ସ୍କୁଲ ର ସମୟ ସକାଳ ୧୦ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ। ତେବେ ଶିକ୍ଷକ , ଶିକ୍ଷୟିତ୍ରୀ ୯.୩୦ ମିନିଟ ରେ ସ୍କୁଲରେ ପହଞ୍ଚି ଅପରାହ୍ନ ୪.୩୦ ମିନିଟ ପର୍ଯ୍ୟନ୍ତ ସ୍କୁଲ କ୍ୟାମ୍ପସ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.