ସୁନ୍ଦରଗଡର ନୂତନ ଜିଲ୍ଲାପାଳ ହେଲେ ଗଭାଲି ପରାଗ ହର୍ଷଦ।। ରାଜ୍ୟରେ ଆଇ ଏ ଏସ ସ୍ତରରେ ବଡ ଧରଣର ଅଦଳବଦଳ।

0 569

ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଡକ୍ତର ଗଭାଲି ପରାଗ ହର୍ଷଦଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଜ୍ୟରେ ଏକ ବଡଧରଣର ଆଇ ଏ ଏସ ପାହ୍ୟା ଅଦଳ ବଦଳରେ ଶ୍ରୀ ହର୍ଷଦ ଙ୍କୁ କଳାହାଣ୍ଡି ରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଏବଂ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । କଟକ ମହାନଗର ନିଗମ କମିଶନର ଅନ୍ୟାନ୍ୟ ଦାସ ଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଏହାସହ କଟକ , ଭୁବନେଶ୍ୱର , ବ୍ରହ୍ମପୁର , ତିନି ମହନଗର ନିଗମ ରେ ନୂତନ କମିଶନର ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.